ଫିଲ୍ମ 'ସିକନ୍ଦର'ରେ ଚାଲିଲା ସେନ୍ସର ବୋର୍ଡର କଇଁଚି, ବଦଳିଲା ଏହି ସବୁ ସିନ୍

Published By : Prameya-News7 Bureau | March 27, 2025 IST

ମୁମ୍ଵାଇ ୨୭।୦୩; ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ସିକନ୍ଦର’। ଏବେ ଏହି ଫିଲ୍ମର ରିଲିଜ୍‌କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଏହି ଫିଲ୍ମରୁ କିଛି ଶବ୍ଦ ହଟାଇବାକୁ କୁହାଯାଇଛି।  'ସିକନ୍ଦର' ଫିଲ୍ମରେ 'ଗୃହମନ୍ତ୍ରୀ' ଶବ୍ଦ ହଟାଇବାକୁ ଏବଂ ଏକ ରାଜନୈତିକ ଦଳର ହୋର୍ଡିଂକୁ ବ୍ଲର୍ କରିବାକୁ କୁହାଯାଇଛି। 

ତେବେ ନିର୍ମାତାଙ୍କୁ କୌଣସି ସିନ୍ ହଟାଇବାକୁ କୁହାଯାଇ ନାହିଁ। ସମସ୍ତ ଆକ୍ସନ୍ ସିନ୍‌ ଏବଂ ହିଂସାତ୍ମକ ସିନ୍‌ ପରିବର୍ତ୍ତନ କିମ୍ବା ସଂଶୋଧନରୁ ରକ୍ଷା କରାଯାଇଛି। ହେଲେ ଆକ୍ସନ୍ ସିନ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଫିଲ୍ମ 'ସିକନ୍ଦର'ର ରନ୍ ଟାଇମ୍ ମଧ୍ୟ ସ୍ଥିର ହୋଇଛି। ସିକନ୍ଦର ସାଜିଦ ନାଦିଆୱାଲାଙ୍କ ଦ୍ୱାରା ନିର୍ମିତ ଏବଂ ଆର୍ ମୁରୁଗାଦାସ୍‌ଙ୍କ ନିର୍ଦ୍ଦେଶିତ। ନିକଟରେ ସଲମାନ କହିଥିଲେ ଯେ ମୁରୁଗାଦାସ୍ ତାଙ୍କୁ ଆକ୍ସନ୍ ସିନ୍ ପାଇଁ ବହୁତ ପ୍ରେରଣା ଦେଇଥିଲେ ଏବଂ ଏହି ଫିଲ୍ମ ପାଇଁ ସେ ସକାଳେ ମଧ୍ୟ ସୁଟିଂ କରିଥିଲେ, ଯାହା ସେ ପୂର୍ବରୁ କେବେ ବି କରି ନ ଥିଲେ।

ଫିଲ୍ମରେ ଥିବା ଦମଦାର ସିନେମାଟୋଗ୍ରାଫିକୁ ଏସ୍. ଥିରୁନାଭୁକାରସୁ କରିଛନ୍ତି। ‘ସିକନ୍ଦର’ର ସମସ୍ତ ଗୀତକୁ ପ୍ରୀତମ ରଚନା କରିଛନ୍ତି ଏବଂ ଏହାର ବ୍ୟାକ୍‌ଗ୍ରାଉଣ୍ଡ୍ ମ୍ୟୁଜିକ୍ ସନ୍ତୋଷ ନାରାୟଣନ ଦେଇଛନ୍ତି। କହିବାକୁ ଗଲେ ସିକନ୍ଦର ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏବଂ ଫିଲ୍ମର ଅନେକ ଗୀତ ରିଲିଜ୍‌ ହୋଇସାରିଛି। ଗୀତ ଗୁଡିକରେ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ରୋମାଣ୍ଟିକ କେମେଷ୍ଟ୍ରିକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.